KRISHI VIGYAN KENDRA, KENDRAPARA

Krishi Vigyan Kendra, Kendrapara was established in 1994 at Jajanga under OUAT, Bhubaneswar (100% ICAR) with a total land area of 11.2 ha.

 

MANDATES OF KVK

The mandates of KVK are Technology Assessment, Refinement and Demonstration for its Application and Capacity Development. The above mandates are accomplished by conducting following activities.

On-farm testing to assess the location specificity of agricultural technologies under various farming systems.

Frontline demonstrations to establish production potential of technologies on the farmers’ fields.

Capacity development of farmers and extension personnel to update their knowledge and skills on modern agricultural technologies.

To work as Knowledge and Resource Centre of agricultural technologies for supporting initiatives of public, private and voluntary sector in improving the agricultural economy of the district.

Provide farm advisories using ICT and other media means on varied subjects of interest to farmers.

In addition, KVK produce quality technological products (seed, planting material, bio-agents, livestock) and make it available to farmers, organize frontline extension activities, identify and document selected farm innovations and converge with ongoing schemes and programmes within the mandate of KVK.

AGRO-ADVISORY



* ବାଇଗଣ ଓ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳ ବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି ୬୦ ଗ୍ରାମ ଇମାମେକ୍ଟିନ ବେଞ୍ଜୋଏଟ କିମ୍ବା ୭୦ ମିଲି ସ୍ପିନୋସାଡ ପ୍ରୟୋଗ କରନ୍ତୁ।

* ଧାନ ଜମିରେ ପିଲ ଅବସ୍ଥାରେ ୨ ରୁ ୩ ସେମି ଠିଆ ପାଣି ରଖନ୍ତୁ। ବୁଣାଧାନ ୪୫ ଦିନର ହୋଇଯାଇଥିଲେ ବେଉଷଣ କରନ୍ତୁ ନାହିଁ। ବେଶୀ ବହଳିଆ ଥିବା ବୁଦାରୁ ଧାନ ଗଛ ଉପାଡି ଖାଲି ସ୍ଥାନରେ ଲଗାନ୍ତୁ।

* ଲଙ୍କାମରିଚ ତଳିଘେରାରେ ଘେରାକଟା ରୋଗର ପ୍ରତିକାର ପାଇଁ ଅଧିକ ଜଳ ନିଷ୍କାସନ କରନ୍ତୁ ଓ କପର ଅକ୍ସିକ୍ଲୋରାଇଡ ୩ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ। ଲଙ୍କା ଚାରାକୁ ରୋପଣ କରିବା ପୂର୍ବରୁ ୫ ମିଲି ଇମିଡାକ୍ଲୋପ୍ରିଡ ଓ ୧୦ ଗ୍ରାମ କାର୍ବେଣ୍ଡାଜିମକୁ ୧୦ ଲି ପାଣି ମିଶ୍ରିତ ଦ୍ରବଣରେ ଚାରାକୁ ୫ ମିନିଟ ପାଇଁ ବୁଡାଇ ବିଶୋଧନ କରନ୍ତୁ।

* ବର୍ଷାପରେ ବାଇଗଣ ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ପରିଚାଳନା ପାଇଁ ପ୍ରଥମେ ବାଇଗଣ ଫସଲରେ ପାଣି ଜମି ନରହିବା ପାଇଁ ନାଳୀର ବ୍ୟବସ୍ଥା କରନ୍ତୁ। ପ୍ରତି ଲିଟର ପାଣିରେ ୨ ଗ୍ରାମ ପ୍ଲାଣ୍ଟୋମାଇସିନ ସହିତ ୧ ମିଲି ଟେବୁକୋନାଜୋଲ ନାମକ ଫିମ୍ଫିନାଶକ ମିଶାଇ ଗଛ ମୂଳ ଓ ମାଟିକୁ ଭଲ ଭାବରେ ଭିଜାନ୍ତୁ।

* ମାଛ ଯାଁଳ ଛାଡିବା ପରେ ନିୟମିତ ଭାବେ ପାଣିର pH ଓ ତାପମାତ୍ରା ଯାଞ୍ଚ କରନ୍ତୁ। ପୋଖରୀ ପାଣିର ବିଶୋଧନ ପାଇଁ ଏକର ପିଛା ୪୦ କି.ଗ୍ରା ଚୁନ ପକାନ୍ତୁ। ପୋଖରୀରେ ପ୍ଲାଙ୍କଟନର ପରିମାଣ ବଢାଇବା ପାଇଁ ଗୋବର ଏକର ପିଛା ୨୦୦ କି.ଗ୍ରା ଓ ସୁପର ଫସଫେଟ ୪ କି.ଗ୍ରା ମାସରେ ୨ଥର ପ୍ରୟୋଗ କରନ୍ତୁ।

* ନଳିତା ପଚାଇବା ସମୟରେ ନିନ ଫେଟ ସାଥୀ ବ୍ୟବହାର କଲେ ଏକର ପ୍ରତି ବାହାରୁଥିବା ଝୋଟରୁ ଆପଣ ଅଧିକ ୮୦୦୦ ଟଙ୍କା ପାଇପାରିବେ। ନଳିତା ୧୦-୧୨ ଦିନ ଭିତରେ ପଚିବା ସହିତ ଝୋଟ ଭଲ ରଙ୍ଗର ହୋଇଥାଏ।

* ଅଗଷ୍ଟ ଓ ସେପ୍ଟେମ୍ବର ମାସ ଟମାଟୋ ଲଗାଇବାର ଉପଯୁକ୍ତ ସମୟ। ଏକର ପ୍ରତି ୧୫୦ ରୁ ୨୦୦ ଗ୍ରାମ ବିହନ ଦରକାର। ଉନ୍ନତ ବିହନ କିସମ ଯଥା ଉତ୍କଳ କୁମାରୀ, ଉତ୍କଳ ଦୀପ୍ତି, ଉତ୍କଳ ରାଜା ଓ ସ୍ବର୍ଣ୍ଣ ସମ୍ପଦ ଆଦି ବ୍ୟବହାର କରନ୍ତୁ।

* ମୃତ୍ତିକା ପରୀକ୍ଷା କରି ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ।

* ରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକରେ ଅଠା ମିଶାଇ ସକାଳେ କିମ୍ବା ସଂନ୍ଧ୍ୟା ସମୟରେ ସିଂଚନ କରନ୍ତୁ।

* ଗାଈମାନଙ୍କୁ ଅନ୍ତଃକୃମିରୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପରିଷ୍କାର ପିଇବା ପାଣି ଦିଅନ୍ତୁ ଏବଂ ପ୍ରତି ୬ ମାସରେ ପ୍ରାଣୀ ଚିକିତ୍ସକଙ୍କୁ ଦେଖାଇ ଝାଡା ପରୀକ୍ଷା କରାଇ କୃମିନାଶକ ଔଷଧ ଦିଅନ୍ତୁ।

* ସ୍ତନହରା ରୋଗ ଠାରୁ ଗାଈକୁ ରକ୍ଷା କରିବା ପାଇଁ ପହ୍ନାରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ଦୁହିଁବା ଜରୁରୀ ଅଟେ। କ୍ଷୀର ଦୁହିଁବା ସମୟରେ ଗାଈକୁ କିଛି ଦାନା କିମ୍ବା ଘାସ ଖାଇବାକୁ ଦେବା ଉଚିତ୍।

* ପ୍ରତିଦିନ ବାଛୁରୀକୁ ୨୦-୨୫ ଗ୍ରାମ ଓ ବଡ଼ ବାଛୁରୀକୁ ୫୦ ଗ୍ରାମ ଖଣିଜ ଲଵଣ ମିଶ୍ରଣ ଖାଦ୍ୟରେ ମିଶାଇ ଦେବା ଜରୁରୀ ଅଟେ. ଦୁଧିଆଳୀ ଗାଈକୁ ୧୦୦-୨୦୦ ଗ୍ରାମ ଦେଲେ ଭଲ

* ଗୁହାଳ ଗୁଡିକୁ ସଫା ଓ ଶୁଷ୍କ ରଖନ୍ତୁ। ପଶୁମାନଙ୍କୁ ପର୍ଯ୍ଯାପ୍ତ ଖାଦ୍ୟ ଓ ଜଳ ଯୋଗାନ୍ତୁ। ବାର୍ଷିକ ଟୀକା ସାରଣୀକୁ ଅନୁସରଣ କରି ସେମାନଙ୍କୁ ଉପଯୁକ୍ତ ଟୀକାକରଣ କରାନ୍ତୁ।

 Prof. Pravat Kumar Roul
Hon'ble Vice-Chancellor, OUAT

Prof. Prasanajit Mishra
Dean Extension Education, OUAT

Dr. P. Dey
Director, Zone- V, ICAR-ATARI

Dr. Aurovinda Das
SSH, KVK, Kendrapara

RELATED LINKS

OFFICIAL USE ONLY

KVK Portal

M Kisan

Kisan Sarathi

Skill India

Soil Portal

NIPHM


how to embed google map